ଏହି ଟିମରେ ଦୁଇଜଣ ଆଡିସିନାଲ କମିଶନର, ୨ଜଣ ଏନଫୋର୍ସମେଣ୍ଟ ଅଧିକାରୀ ମଧ୍ୟ ରହିଛନ୍ତି । ଏହି ଟିମ ସକାଳୁ ଦୁଇ ଘଣ୍ଟା ଲେଖାଏଁ ସହର ବୁଲିବା ସହ ପରିମଳ ବ୍ୟବସ୍ଥା ଉପରେ ନଜର ରଖିବେ । ଏହା ବ୍ୟତିତ ମାସ୍କ ଏବଂ ସାନିଟାଇଜର କଲବଜାରୀଙ୍କୁ ମଧ୍ୟ ତଦାରଖ କରିବ ଏହି ଟିମ । ଏଥିପାଇଁ ବିଏମସିର ଦୁଇ ଜଣ ଅଧିକାରୀଙ୍କୁ ସ୍ୱତନ୍ତ୍ର ଦାୟିତ୍ୱ ପ୍ରଦାନ କରାଯିବ । ଖାଲି ସେତି କି ନୁହେଁ ବିଏସସି ଓ ବିଡିଏ ଅଫିସରେ ପାନ ଛେପ ପକାଇଲେ ୫୦୦ଟଙ୍କା ଜରିମାନା ଦେବାକୁ ପଡିବ ବୋଲି ବିଏମସି କମିଶନର କହିଛନ୍ତି । ଏହା ସହ ବିଏମସି ପକ୍ଷରୁ ବିବାହ, ବ୍ରତ କିମ୍ବା ରିସେପ୍ସନ୍ ପାର୍ଟିକୁ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇ ନାହିଁ । କିନ୍ତୁ ଲୋକେ ସଚେତନ ହୋଇ ପର୍ଟିକୁ ଯାଆନ୍ତୁ । ଥଣ୍ଡା, ଜ୍ୱର କିମ୍ବା କାଶ ହେଉଥିଲେ ପାର୍ଟିକୁ ଯାଆନ୍ତୁ ନାହିଁ ବୋଲି ପରାମର୍ଶ ଦିଆଯାଇଛି ।