ଚୈତ୍ର ଯାତ୍ରା ଅବସରରେ ତାରାତାରିଣୀ ପୀଠର ଫଟୋ ସେୟାର କଲେ ମୁଖ୍ୟମନ୍ତ୍ରୀ

Words
169
Reading
1 min
Listen
Play
7y


ଗଞ୍ଜାମ (ଏଟିଆର ବ୍ୟୁରୋ): ଗତକାଲିଠାରୁ ଆରମ୍ଭ ହୋଇଯାଇଛି ପବିତ୍ର ଚୈତ୍ରମାସ । ଚୈତ୍ରମାସର ଆରମ୍ଭ ହେବା କାରଣରୁ ଚଳଚଞ୍ଚଳ ହୋଇଉଠିଛ ଶକ୍ତି ପୀଠ । ସେପଟେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ମା’ ତାରାତାରିଣୀ ପୀଠ ମଧ୍ୟ ଉତ୍ସବ ମୁଖର ହୋଇଉଠିଛି । ମଙ୍ଗଳବାର ଠାରୁ ଆରମ୍ଭ ହୋଇଯାଇଛି ମା’ ତାରାତାରିଣୀ ଚୈତ୍ରଯାତ୍ରା । ମନ୍ଦିରକୁ ହଜାର ହଜାର ସଂଖ୍ୟକ ଭକ୍ତ ଆସି ମାଁଙ୍କର ଦର୍ଶନ କରିଥିବାର ଦେଖିବାକୁ ମିଳୁଛି । ମନ୍ଦିରକୁ ହଜାର ହଜାର ସଂଖ୍ୟକ ଭକ୍ତଙ୍କର ଆଗମନକୁ ଦୃଷ୍ଟି ଆଗରେ ରଖି ସୋମବାର ରାତିରୁ ମନ୍ଦିରକୁ ଆଲୋକ ମାଳାରେ ସଜେଇ ଦିଆଯାଇଥିଲା ।

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ତାଙ୍କ ସୋସିଆଲ ମିଡିଆ ଆକାଉଣ୍ଟରେ ମନ୍ଦିରରେ ସୁନ୍ଦର ୮ଟି ଫଟୋ ସେୟାର କରିଛନ୍ତି । ଏହାସହ ତାଙ୍କ ପୋଷ୍ଟରେ ଲେଖିଛନ୍ତି, ମା’ଙ୍କ ଆଶୀର୍ବାଦ ଲାଭ କରିବାକୁ ଆସୁଥିବା ଭକ୍ତମାନଙ୍କ ପାଇଁ ଏହା ଏକ ଦିବ୍ୟ ତଥା ଆଧ୍ୟାତ୍ମିକ ପରିବେଶ ଦେବ । ଗତକାଲି ମନ୍ଦିରକୁ ଅଧିକ ସଂଖ୍ୟକ ଭକ୍ତ ଆସିବା ଫଳରେ ପ୍ରସାଦ ବାବଦରେ ୪୯,୬୮୦ଟଙ୍କା, ମୁଣ୍ଡନ ବାବଦରେ ୫୬,୬୦୦ଟଙ୍କା, ବସ ସେବା ବାବଦରେ ୧୦୮୮୧୫ ଟଙ୍କା, ସ୍ବତନ୍ତ୍ର ଦର୍ଶନ ବାବଦରେ ୧୯,୧୦୦ ଟଙ୍କା ରାଜସ୍ବ ଆଦାୟ ହୋଇଛି ।

ଜିଲ୍ଲାପାଳଙ୍କ ସମେତ ଗଞ୍ଜାମ ଏସପି ବ୍ରିଜେଶ କୁମାର ରାୟ ତଦାରଖ କରିଥିବା ବେଳେ ଅତିରିକ୍ତ ଏସପି ଠାକୁର ପ୍ରସାଦ ପାତ୍ର, ପୁରୁଷୋତ୍ତମପୁର ଏସଡିପିଓ ସୀମା ସ୍ବାଇଁ, ତହସିଲଦାର ଅରୁଣ କୁମାର ନାୟକ, ବିଡିଓ ସୀମାଞ୍ଚଳ ମହାନ୍ତି, ମନ୍ଦିର ନିର୍ବାହୀ ଅଧିକାରୀ ଟିକେ ରେଡ୍ଡୀଙ୍କ ସମେତ ୧୦ ପ୍ଲାଟୁନ ପୋଲିସ ଫୋର୍ସ ମୁତୟନ ରହି ଟ୍ରାଫିକ ଶୃଙ୍ଖଳାକୁ ନିୟନ୍ତ୍ରଣ କରିଥିଲେ।

ଚୈତ୍ର ଯାତ୍ରା ଅବସରରେ ତାରାତାରିଣୀ ପୀଠର ଫଟୋ ସେୟାର କଲେ ମୁଖ୍ୟମନ୍ତ୍ରୀ | Ecency