ଭୁବନେଶ୍ୱର(ଏଟିଆର ବ୍ୟୁରୋ): ବର୍ଷ ଶେଷର ଫିଲ୍ମ ଫ୍ରାଇଡେରେ ରିଲିଜ୍ ହୋଇଛି କରିନା କପୁର ଓ ଅକ୍ଷୟ କୁମାରଙ୍କ ଫିଲ୍ମ ‘ଗୁଡ ନ୍ୟୁଜ୍’ ।
ଫିଲ୍ମରେ କରିନା କପୁର ଓ ଅକ୍ଷୟ କୁମାରଙ୍କ ସହିତ କୀୟାରା ଆଡଭାନୀ, ଦିଲଜିତ୍ ଦୋସାଞ୍ଜ ମୁଖ୍ୟ ଭୁମିକାରେ ନଜର ଆସୁଛନ୍ତି ।
ଫିଲ୍ମଟି ଆରମ୍ଭରୁ ଶେଷ ଯାଏଁ କମେଡି ପଞ୍ଚ ଲାଇନ ସହିତ ଫିଲ୍ମ ସିଚୁଏସନରେ ଦର୍ଶକଙ୍କୁ ହସାଇ ହସାଇ ବେଦମ କରୁଛି । କହିବାକୁ ଗଲେ ଏବର୍ଷ ସାହୋ ଓ ଦବଙ୍ଗ ଭଳି ଫିଲ୍ମ ଦେଖି ସିରିଅସ ହୋଇଥିବା ଦର୍ଶକ ମାନଙ୍କ ପାଇଁ ଏହି କମେଡି ତଡକା ଟି ଲୋକଙ୍କ ପାଇଁ ହସିବାର ଖୁରାକ ଯୋଗାଇବ ।
ଏବର୍ଷ ବଲିଉଡ କମେଡି କ୍ଷେତ୍ରରେ ନୂଆ ନୂଆ ଏକ୍ସପେରିମେଣ୍ଟ କରିଛି । ‘ଛିଛୋରେ’ ‘ଉଜଡା ଚମନ’ ‘ବାଲା’ ଭଳି ଫିଲ୍ମ ଲୋକଙ୍କୁ ବହୁତ ପସନ୍ଦ ଆସିଥିଲା । ସେହିପରି ଏହି ଫିଲ୍ମର ଟପିକ ମଧ୍ୟ ନୂଆ ରହିଛି ଯାହା ଲୋକଙ୍କୁ ବହୁତ ପସନ୍ଦ ଆସିବ ନିଶ୍ଚୟ ।
ଅକ୍ଷୟ କୁମାର ଓ କରୀନା କପୁରଙ୍କ ଯୋଡି ଓ ତାଙ୍କ କମେଡି ଭରା ଝଗଡା ମଧ୍ୟ ଫିଲ୍ମ ର ମୁଖ୍ୟ ଆକର୍ଷଣ ପାଲଟିଛି । ଏମାନଙ୍କ ସହିତ ଦିଲଜିତ ଦୋସାଞ୍ଜ ଓ କୀୟାରା ଆଡଭାନୀଙ୍କ ଯୋଡି ର ଏଣ୍ଟ୍ରି ଫିଲ୍ମର ମଜା କୁ ଦ୍ୱିଗୁଣିତ କରୁଛି ।
ଫିଲ୍ମଟିରେ ଆଇଭିଏଫ ଭଳି ପ୍ରସଙ୍ଗ ଯାହା ସହଜରେ ଲୋକମାନେ ବୁଝି ପାରନ୍ତି ନାହିଁ ତାକୁ ଅତି ସରଳ ଓ ମଜାଦାର ଢଙ୍ଗରେ ବୁଝାଇଦେଉଛି । ତେଣୁ ଆପଣ ମାନେ ନୂଆ ବର୍ଷରେ ର୍ନିଦ୍ୱନ୍ଦରେ ଫିଲ୍ମଟିର ମଜା ଉଠାଇ ପାରିବେ ।