ସେ ଆହୁରୀ ମଧ୍ୟ କହିଛନ୍ତି ପ୍ରଥମେ ଜୁବିନ ସଫାସଫା ଗୀତ ଗାଇବାକୁ ମନା କରିଦେଇଥିଲେ । କିନ୍ତୁ ପରେ ସେ ଗୀତ ଗାଇବାକୁ ରାଜି ହୋଇଯାଇଥିଲେ । ପ୍ରେମ ଆନନ୍ଦ ଜୁବିନଙ୍କୁ ଆଖି ଆଗରେ ରଖି ‘ଖୁଦା ରାଜି’ ଗୀତଟିକୁ କମ୍ପୋଜ କରିଥିଲେ । ଗୀତଟି ପ୍ରସ୍ତୁତ ହେବା ପରେ ଜୁବିନଙ୍କ ସହ କଥାବର୍ତ୍ତା କରାଯାଇଥିଲା । କିନ୍ତୁ ଜୁବିନ ନୂଆ ସଙ୍ଗୀତ ନିର୍ଦ୍ଦେଶକଙ୍କ ଗୀତ ଗାଉ ନଥିବା କଥା କହି ଗୀତ ଗାଇବାକୁ ସଫାସଫା ମନା କରିଦେଇଥିଲେ । ହେଲେ ପ୍ରେମ ଆନନ୍ଦ ତାଙ୍କୁ ଥରେ କମ୍ପୋଜିସନ ଶୁଣିବାକୁ ଅନୁରୋଧ କରିଥିଲେ ।
ତାଙ୍କ ଅନୁରୋଧକୁ ରକ୍ଷା କରି ଜୁବିନ କମ୍ପୋଜିସନ ଗୀତଟିକୁ ଶୁଣିଥିଲେ । ଏହା ପରେ ତାଙ୍କୁୁ ଏହା ଖୁବ ପସନ୍ଦ ଆସିଥିଲା । ଏହା ପରେ ସେ ପ୍ରେମ ଆନନ୍ଦଙ୍କୁ ଫୋନ କରି ଗୀତ ରେକର୍ଡିଂ କରିବେ ବୋଲି କହିଥିଲେ । ଖାଲି ସେତିକି ନୁହେଁ ତାଙ୍କୁ ଏହି ଗୀତଟି ଏତେ ପସନ୍ଦ ଆସିଥିଲା ଯେ ଯେ ଗୀତ ପାଇଁ ଯାହା ପାରିଶ୍ରମିକ ପାଇଥିଲେ ତାହାକୁ ଅଧା କରିଦେଇଥିଲେ । ଏହା ଜାଣିବା ପରେ ପ୍ରେମ ଆନନ୍ଦ ଖୁସି ହୋଇଯିବା ସହ ନିଜକୁ ଗର୍ବ ଅନୁଭବ କରିଥିଲେ ।