ତେବେ ଆଗକୁ ଉତ୍କଳ ଦିବସ ଆସୁଥିବାରୁ ଏହା ଉପରେ କିଛିଟା ରୋକ ଲଗାଇଛନ୍ତି ରାଜ୍ୟ ସରକାର । ସରକାରୀସ୍ତର ପାଳନ ହେଉଥିବା ଉତ୍କଳ ଦିବସ ସମେତ ସମସ୍ତ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମ ଉପରେ ମଧ୍ୟ କଟକଣା ଜାରି କରିଛନ୍ତି। ଏହାସହିତ ରାଜ୍ୟ ସରକାରଙ୍କ ଅଧୀନରେ ଭୁବନେଶ୍ୱରରେ ଥିବା ବିଭିନ୍ନ ମଣ୍ଡପର ବୁକିଂ ରଦ୍ଦ କରିବା ସହ ରାଜ୍ୟ ଲାଇବ୍ରେରୀ ଓ ଜିଲ୍ଲା ଲାଇବ୍ରେରୀକୁ ମଧ୍ୟ ବନ୍ଦ ରଖିବାକୁ ଘୋଷଣା କରିଛନ୍ତି। ରାଜ୍ୟ ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ପକ୍ଷରୁ ଜାରି ନିର୍ଦ୍ଦେଶାନାମା ଅନୁସାରେ, କରୋନା ଭାଇରସ୍ ବ୍ୟାପିବା ଆଶଙ୍କାରେ ବିଭାଗ ପକ୍ଷରୁ କେତେକ ପଦକ୍ଷେପ ନିଆଯାଇଛି।ଉତ୍କଳ ଦିବସ ଅବସରରେ ଆୟୋଜିତ ହେଉଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ବନ୍ଦ ସମେତ କୌଣସି କଲଚରାଲ ଟ୍ରୁପ୍ ରାଜ୍ୟ ବାହାର ଯିବା ଓ ରାଜ୍ୟ ବାହାରୁ ଓଡ଼ିଶାକୁ ଆସିବା ଉପରେ କଟକଣା ଜାରି ହୋଇଛି। ସଭା, ସମିତି, ୱାର୍କସପ, ସମ୍ମିଳନୀ ଓ ଲୋକଙ୍କ ସମବେତ ସମେତ ସମସ୍ତ ପ୍ରକାରର ସାଂସ୍କୃତିକ କାର୍ଯ୍ୟକ୍ରମକୁ ସ୍ଥଗିତ ରଖାଯାଇଛି। ଏହାସହିତ ଦଶମ ରାଜ୍ୟସ୍ତରୀୟ ଲୋକନୃତ୍ୟ ଉତ୍ସବ, ଗାନ୍ଧି ଉତ୍ସବ ଓ ବିଭାଗ ପକ୍ଷରୁ ଏବେ ଜାରି ରହିଥିବା ସଚେତନତା କାର୍ଯ୍ୟକ୍ରମ ମଧ୍ୟ ସ୍ଥଗିତ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି।