ଛୋଟ ରେଳ ଷ୍ଟେସନ ଗୁଡିକରେ ନିୟୋଜିତ ହେବେ ଏସଟିବିଏ

Words
179
Reading
1 min
Listen
Play
7y


ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଏଣିକି ଟ୍ରେନ ଚଳାଚଳ ଓ ଯାତ୍ରୀଙ୍କ ସୁରକ୍ଷା ପ୍ରତି ପ୍ରାଥମିକତା ଦେବେ ଛୋଟ ଷ୍ଟେସନଗୁଡିକରେ ଟିକେଟ ବୁକିଂ କାର୍ଯ୍ୟ ତୁଲାଉଥିବା ସହାୟକ ଷ୍ଟେସନ ମାଷ୍ଟର । ରେଳ ମନ୍ତ୍ରଣାଳୟ ପକ୍ଷରୁ ଛୋଟ ଷ୍ଟେସନଗୁଡିକରେ ଷ୍ଟେସନ ଟିକେଟ ବୁକିଂ ପାଇଁ ଏଜେଣ୍ଟ (ଏସଟିବିଏ)ଙ୍କୁ ନିୟୋଜିତ କରିବାକୁ ନିଷ୍ପତ୍ତି ନିଆଯାଇଛି । ଯାହାକୁ ଆଖିଆଗରେ ରଖି ଛୋଟ ଷ୍ଟେସନ ଗ୍ରୁପ ୫ ଓ ୬ଗୁଡିକରେ ଏସଟିବିଏ ନିୟୋଜିନ କରିବାକୁ ପୂର୍ବତଟ ରେଳପଥ ସ୍ଥିର କରିଛି । ଏସଟିବିଏ ମାନେ ସେମାନଙ୍କ ଦ୍ୱାରା ବିକ୍ରି କରାଯାଇଥିବା ଟିକେଟ ଉପରେ କମିସନ ପାଇବେ।

ସ୍ତିରୀକୃତ ଏସଟିବିଏ ମାନେ କମ୍ପୁଟରୀକୃତ ଅଣସଂରକ୍ଷିତ ଟିକେଟ ପ୍ରଣାଳୀ ଦ୍ୱାରା ଷ୍ଟେସନଗୁଡ଼ିକରେ ଟିକେଟ ବିକ୍ରି କରିବେ। ତେବେ କେଉଁ ଷ୍ଟେସନରେ କେତେ ଏସଟିବିଏ ରହିବେ ତାହା ସ୍ଥିର କରିବା ପାଇଁ ଏକ କମିଟି ଗଠନ କରାଯିବ । ଏହି କମିଟିରେ ଟ୍ରେନ ପରିଚାଳନା ଓ ଆକାଉଣ୍ଟ ବିଭାଗର ଅଧିକାରୀ, ରେଳପଥର ବାଣିଜ୍ୟକ ଅଧିକାରୀମାନେ ରହିବେ । ତେବେ ଏହି ଏସଟିବିଏରେ ସ୍ଥାନୀୟ ବ୍ଲକ କିମ୍ବା ତହସିଲ ପରିସୀମା ଅନ୍ତର୍ଗତ ଷ୍ଟେସନ ଗୁଡିକରେ ରହୁଥିବା ସ୍ଥାନୀୟ ଯୁବକଙ୍କୁ ଏଥିପାଇଁ ନିଯୁକ୍ତ କରାଯିବ ।

ସେମାନଙ୍କୁ ରେଳପଥ ଦ୍ୱାରା କମ୍ପୁଟରୀକୃତ ଅଣସଂରକ୍ଷିତ ଟିକେଟ ପ୍ରଣାଳୀ ସହ ଏହାର ମେଣ୍ଟେନାନ୍ସ, ବିଦ୍ୟୁତ୍ ସଂଯୋଗ, ଦୂରସଞ୍ଚାର ଚ୍ୟାନେଲ ଓ ଏହା ପ୍ରତି ଉପଯୁକ୍ତ ସ୍ଥାନ ଯୋଗାଇ ଦିଆଯିବ। ସେମାନେ ଅଣସଂରକ୍ଷିତ ଟିକେଟ ପ୍ରଣାଳୀ ଦ୍ୱାରା କେବଳ ରିହାତି ନଥିବା ଅଣସଂରକ୍ଷିତ ଟିକେଟ୍, ସିଜିନ ଟିକେଟ ଓ ପ୍ଲାଟଫର୍ମ ଟିକେଟ ବିକ୍ରି କରିପାରିବେ। ସିଜିନ ଟିକେଟଗୁଡିକର ନବୀକରଣ ଓ ବରିଷ୍ଠ ନାଗରିକ ରିହାତି ଟିକେଟଗୁଡିକ ମଧ୍ୟ ଏହି କମ୍ପୁଟରୀକୃତ ଅଣସଂରକ୍ଷିତ ଟିକେଟ ପ୍ରଣାଳୀରେ ଏସଟିବିଏମାନଙ୍କ ଦ୍ୱାରା ବିକ୍ରୟ କରାଯାଇପାରିବ।

ଛୋଟ ରେଳ ଷ୍ଟେସନ ଗୁଡିକରେ ନିୟୋଜିତ ହେବେ ଏସଟିବିଏ | Ecency