ତେବେ ମାର୍ଚ୍ଚ ୨୬ ତାରିଖରେ ଦିନ ସକାଳ ୯ଟାରୁ ଅପରାହ୍ନ ୪ଟା ପର୍ଯ୍ୟନ୍ତ ଭୋଟ ଗ୍ରହଣ କରାଯିବ ଏବଂ ସେହିଦିନ ହିଁ ଭୋଟ ଗଣତି କରାଯାଇ ସଂନ୍ଧ୍ୟା ୫ଟା ସୁଦ୍ଧା ଫଳାଫଳ ଘୋଷଣା କରାଯିବ । ଏହାସହ ମାର୍ଚ୍ଚ ୩୦ ସୁଦ୍ଧା ନିର୍ବାଚନର ସମସ୍ତ ପ୍ରକ୍ରିୟା ଶେଷ ହେବ । ରାଜ୍ୟସଭାରେ ଓଡିଶାର ୪ଟି ସିଟ ଖାଲି ପଡୁଥିବା ବେଳେ ମହାରାଷ୍ଟ୍ରର ୭ଟି, ତାମିଲନାଡୁର ୬ଟି, ପଶ୍ଚିମବଙ୍ଗର ୫ଟି, ଆନ୍ଧ୍ରପ୍ରଦେଶର ୪ଟି, ତେଲେଙ୍ଗାନାର ୨ଟି, ଆସାମର ୩ଟି , ବିହାରର ୫ଟି, ଛତିଶଗଡର ୨ଟି, ଗୁଜୁରାଟର ୪ଟି, ହରିୟାଣାର ୨ଟି, ହିମାଚଳ ପ୍ରଦେଶର ୧ଟି, ଝାଡଖଣ୍ଡର ୨ଟି, ମଧ୍ୟପ୍ରଦେଶର ୩ଟି, ମଣିପୁରର ୧ଟି, ରାଜସ୍ଥାନର ୩ଟି, ମେଘାଳୟ ୧ଟି ଆସନ ଖାଲିପଡୁଥିବାରୁ ନିର୍ବାଚନ କରାଯାଇ ଏହି ସିଟ ଗୁଡିକ ପୂରଣ କରାଯିବ ।