ତେବେ ୩ ମାସ ପରେ ମଧ୍ୟ ଏବେବି ଆରଟିଓ ଅଫିସରେ ଲୋକଙ୍କ ଭିଡ ଦେଖିବାକୁ ମିଳିଛି । ଅଫିସ ୧୦ଟା ବେଳେ ଖୋଲିବାକୁ ଥିବା ବେଳେ ରାତି ତମାମ ଲୋକମାନେ ଅଫିସ ସମ୍ମୁଖରେ ବସିବା ସହ ରାତି ୪ଟା ବେଳୁ ଲମ୍ବାଲାଇନ କରି ଠିଆ ହେଉଥିବାର ଦେଖିବାକୁ ମିଳୁଛି । ତେବେ ଏହାକୁ ନେଇ ଆଜି ଗୃହରେ ଆଲୋଚନା ସରଗରମ ହୋଇଛି । ଶାସକ ଦଳର ନେତା ଦେବୀ ପ୍ରସାଦ ମିଶ୍ର ଓ ପ୍ରଦୀପ ମହାରଥୀ ଶୂନ୍ୟକାଳରେ ଆଲୋଚନା କରିଛନ୍ତି । ଭୁବନେଶ୍ୱରକୁ ଛାଡି ଦେଲେ ଅନ୍ୟ ଜିଲ୍ଲା ମାନଙ୍କରେ ସନ୍ଧ୍ୟା ପୂର୍ବରୁ ଅଫିସ ବନ୍ଦ ହୋଇଯାଉଛି ।
ଆବଶ୍ୟକୀୟ ଷ୍ଟାପ ନଥିବାରୁ ଲୋକମାନେ ନାହିଁ ନଥିବା ହଇରାଣ ହେଉଛନ୍ତି । ତେଣୁ ସରକାର ଏହା ଉପରେ ପୁନଃ ବିଚାର କରିବାକୁ ସେ କହିଛନ୍ତି । ରାଜ୍ୟରେ ଏକ ପ୍ରକାର ଜିଜିଆ କର ଲାଗିଲା ଭଳି ପରିସ୍ଥିତି ହୋଇଛି । ତେଣୁ ବିଭାଗୀୟ ଅଦିକାରୀ ଏଥିପ୍ରତି ଦୃଷ୍ଟି ଦେବାକୁ କହିଛନ୍ତି । ବାଚଷ୍ପତ୍ତି ରୁଲିଂ ଦିଅନ୍ତୁ ବୋଲି ଦାବି କରିଛନ୍ତି ।