ରାଜ୍ୟରୁ ନୂତନ ଚିହ୍ନଟ ହେଲେ ୭୧୯ କରୋନା ରୋଗୀ

Words
138
Reading
1 min
Listen
Play
5y

ଭୁବନେଶ୍ୱର (ଏଟିଆର ବ୍ୟୁରୋ): ରାଜ୍ୟରେ କରୋନା କୋପ ଜାରି ରହିଛି । ସଂକ୍ରମିତଙ୍କ ସଂଖ୍ୟା ଉପର ତଳ ହେଉଛି । କେତେବେଳେ କମୁଛି ତ ପୁଣି କେତେବେଳେ ବଢୁଛି । ଆଜି ରାଜ୍ୟରେ ଏକ ହଜାର ତଳେ ରହିଛି ଦୈନକ ମାମଲା । ସେହିଅନୁଯାୟୀ ଗତ ୨୪ ଘଣ୍ଟା ମଧ୍ୟରେ ୭୧୯ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୪୨୨ ଜଣ କ୍ୱାରେଣ୍ଟାଇନ୍ ସେଣ୍ଟରରୁ ହୋଇଥିବା ବେଳେ ୨୯୭ ଜଣ ସ୍ଥାନୀୟ ଅଞ୍ଚଳର । ଏହାସହିତ ୧୮ ବର୍ଷରୁ କମ ୧୨୫ ରହିଛନ୍ତି । ଏନେଇ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ ସୂଚନା ମିଳିଛି ।

ତେବେ ନୂତନ ଚିହ୍ନଟ ହୋଇଥିବା ଆକ୍ରାନ୍ତଙ୍କ ମଧ୍ୟରୁ କେଉଁ ଜିଲ୍ଲାରୁ କେତେ ଜଣ ରହିଛନ୍ତି । ସେଥିପାଇଁ ରାଜ୍ୟ ସୂଚନା ଓ ଲୋକସଂପର୍କ ବିଭାଗର ଟ୍ୱିଟର ଆକାଉଣ୍ଟ ଉପରେ ନଜର ପକାନ୍ତୁ ।

ଅନ୍ୟପଟେ ରାଜ୍ୟରେ ସୁସ୍ଥଙ୍କ ସଂଖ୍ୟା ମଧ୍ୟ ବୃଦ୍ଧି ହେଉଛି । ଏବେ ପୁଣି ନୂତନ ୭୬୨ ଜଣ କରୋନାରୁ ମୁକ୍ତ ହୋଇଛନ୍ତି । ସେହିପରି ରାଜ୍ୟରେ ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧୦୦୮୪୬୯ ରହିଥିବା ବେଳେ ଏହି ରୋଗରୁ ୯୯୩୨୩୫ ଜଣ ସୁସ୍ଥ ହୋଇ ଘରକୁ ଫେରି ସାରିଛନ୍ତି ଏବଂ ୭୧୫୯ ଜଣ ଚିକିତ୍ସିତ ହେଉଛନ୍ତି ।

ରାଜ୍ୟରୁ ନୂତନ ଚିହ୍ନଟ ହେଲେ ୭୧୯ କରୋନା ରୋଗୀ | Ecency