ତେବେ ଏହି ସମୟରେ କୋର୍ଟ ଗୁଡିକରେ ପଡିରହିଥିବା ଅନେକ ମାମଲାର ଶୁଣାଣି ହେବାକୁ ମଧ୍ୟ ରହିଛି । ତେବେ କୋର୍ଟ ପରିସରକୁ ଅଧିକ ସଂଖ୍ୟକ ଲୋକ ଆସୁଥିବାରୁ କରୋନା ସଂକ୍ରମଣ ଆଶଙ୍କା ଅଧିକ ରହୁଛି । ସେଥିପାଇଁ କୋର୍ଟଗୁଡକ ପକ୍ଷରୁ ଗାଇଡଲାଇନ ଜାରି କରିଥିଲା । କରୋନା ପାଇଁ ସୁପ୍ରିମକୋର୍ଟ କଟକଣା ଜାରି କରିଥିବା ବେଳେ ଓଡିଶା ହାଇକୋର୍ଟ ପକ୍ଷରୁ ମଧ୍ୟ କଟକଣା ଜାରି ହୋଇଛି । ଏହି କଟକଣା ଅନୁଯାୟୀ, କୋର୍ଟରୁମ ପରିସରରେ ଭିଡକୁ ଏଡାଇବା ପାଇଁ ଭିତରକୁ କେବଳ ବାଦି ଓ ପ୍ରତିବାଦିଙ୍କ ଓକିଲ ଯାଇପାରିବେ । ଏହାସହ ଏକ ସମୟରେ ୧୦ଟି ମାମଲାର ଆଇନଜୀବୀ ଓ ତାଙ୍କ ପକ୍ଷ ଉପସ୍ଥିତ ରହିପାରିବେ । ତେବେ କୋର୍ଟରୁମ ବାହାରେ ଅଯଥା ଭିଡକୁ ଏଡାଇବା ପାଇଁ ପରାମର୍ଶ ଦିଆଯାଇଛି । ଗତକାଲି କରୋନା ସଂକ୍ରମଣ ନେଇ ସୁପ୍ରିମକୋର୍ଟଙ୍କ ପକ୍ଷରୁ କଟକଣା ଜାରି କରାଯାଇଥିଲା ।