ରଙ୍ଗୋଲି କରିବା: ସାଧାରଣତଃ ଲୋକେ ସ୍ୱତନ୍ତ୍ର ଉତ୍ସବରେ ଘରେ ରଙ୍ଗୋଲି ବନାଇ ଥାନ୍ତି । କିନ୍ତୁ ଯଦି ଆପଣ ଘରେ ନିୟମିତ ରଙ୍ଗୋଲି ତିଆରି କରିବେ ତେବେ ମା’ ଲକ୍ଷ୍ମୀଙ୍କ କୃପା ଲାଭ ହେବ । ଆପଣ ଘରେ ଏକ ଛୋଟିଆ ରଙ୍ଗୋଲି ବି ତିଆରି କରିପାରିବେ ।
କର୍ପୂର ଜଳାନ୍ତୁ:- ଘରେ ନିୟମିତ ସନ୍ଧ୍ୟାରେ ଆଳତୀ କରନ୍ତୁ । ଏହି ଆଳତୀର ସୁଗନ୍ଧରେ ଆପଣଙ୍କ ଘରେ ଏକ ସକରାତ୍ମକ ଶକ୍ତିର ପ୍ରଭାବ ଆରମ୍ଭ ହୋଇଥାଏ ।
ଘରେ ପ୍ରବେଶ କଲେ ଡାହଣ ପାଦ ପକାନ୍ତୁ:- ଯେତେବେଳେ ଆପଣ ଘରେ ବା ଅଫିସ୍ ରେ ପ୍ରବେଶ କରୁଛନ୍ତି , ସେହି ସମୟରେ ପ୍ରଥମେ ଡାହାଣ ପାଦ ପ୍ରଥମେ ପକାନ୍ତୁ । ଏଭଳି କରିବା ଶୁଭ ହୋଇଥାଏ ।
ଘର ପୋଛା ପାଣି: ଯେତେବେଳେ ଆପଣ ଘର ପୋଛା ମାରୁଛନ୍ତି ସେହି ପାଣିକୁ କଦାପି ବାଥରୁମ୍ ରେ ପକାନ୍ତୁ ନାହିଁ । ଏହି ପାଣିକୁ ଆପଣ ଘରର ବାହାରେ ପକାନ୍ତୁ । ଏଭଳି କରିବା ଦ୍ୱାରା ଘରର ନକରାତ୍ମକ ଶକ୍ତି ଦୂର ହେବ ।
ପଶୁଙ୍କ ଭୋଜନ କରାଇବା: ଗାଇ, କୁକୁର, ବିଲେଇ ଆଦି ଯେକୌଣସି ପଶୁକୁ ଭୋଜନ କରାଇବା ଦ୍ୱାରା ପୂଣ୍ୟ ପ୍ରାପ୍ତି ହୋଇଥାଏ । ଆପଣ ପକ୍ଷୀ ମାନଙ୍କ ପାଇଁ ବି ଦାନା ପକେଇ ପାରିବେ । ଏଭଳି କରିବା ଦ୍ୱାରା ଆପଣଙ୍କ ଭାଗ୍ୟ ପରିବର୍ତ୍ତନ ହୋଇଥାଏ । ଆପଣଙ୍କରଏଭଳି ଦୟାଭାବନା ଦେଖି ଭଗବାନ ବି ଖୁସି ହୋଇଯାଇଥାନ୍ତି ।