କରୋନାକୁ ଆଖିଆଗରେ ରଖି ଆସନ୍ତ ମାର୍ଚ୍ଚ ୩୧ ଯାଏଁ ପଠାଣି ସାମନ୍ତ ପ୍ଲାନେଟୋରିୟମକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି । ଭୁବନେଶ୍ୱର ସ୍ଥିତ ପଠାଣୀ ସାମନ୍ତ ପ୍ଲାନେଟୋରିୟମ ସମେତ ବୁର୍ଲାର ଏପିଜେ କଲାମ ପ୍ଲାନେଟୋରିୟମର ସବୁ ଶୋ’କୁ ମାର୍ଚ୍ଚ ୩୧ ତାରିଖ ପର୍ଯ୍ୟନ୍ତ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏହାସହ ଖଣ୍ଡପଡାର ପଠାଣି ସାମନ୍ତ ମ୍ୟୁଜିୟମ ମଧ୍ୟ ବନ୍ଦ ରଖିବାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି । ତେବେ ରାଜ୍ୟରେ ଥିବା ନନ୍ଦନକାନନ ଚିଡିଆଖାନାକୁ ବିଭିନ୍ନ ରାଜ୍ୟରୁ ପର୍ଯ୍ୟଟକମାନେ ବର୍ଷ ତମାନ ଆସିଥାନ୍ତି । ତେବେ ନନ୍ଦନକାନନକୁ ଆସୁଥିବା ପର୍ଯ୍ୟଟଙ୍କୁ ସ୍କ୍ରିନିଂ କରାଯିବ । ଏହାସହ କେନ୍ଦ୍ରୀୟ ଚିଡିଆଖାନା କତ୍ତୃପକ୍ଷଙ୍କ ପକ୍ଷରୁ ପ୍ରବେଶ ଓ ପ୍ରସ୍ଥାନ ଗେଟରେ ପରିମଳ ପାଇଁ ପଦକ୍ଷେପ ନେବାକୁ ଦେଶର ସବୁ ଚିଡିଆଖାନାକୁ ନିର୍ଦ୍ଦେଶ ପ୍ରଦାନ କରାଯାଇଛି ।