ପଲିଥିନ ପଡିଥିବାରୁ ୧ଲକ୍ଷ ଟଙ୍କାର ଜରିମାନା

Words
179
Reading
1 min
Listen
Play
7y


ବ୍ରହ୍ମପୁର (ଏଟିଆର ବ୍ୟୁରୋ): ଆକ୍ସନ ମୁଡରେ ଗଞ୍ଜାମ ଜିଲ୍ଲାପାଳ ବିଜୟ ଅମୃତ କୁଲାଙ୍ଗେ । ବ୍ରହ୍ମପୁର ସହରକୁ ସ୍ୱଚ୍ଛ ଓ ସୁନ୍ଦର କରିବାକୁ ଜିଲ୍ଲାପାଳ ନିଜର ଅଣ୍ଟା ଭିଡିଛନ୍ତି । ଜିଲ୍ଲାପାଳ ସାଇକେଲରେ ସହର ବୁଲି ପରିମଳ ବ୍ୟବସ୍ଥାର ତଦାରଖ କରିଛନ୍ତି । ପରିମଳ ବ୍ୟବସ୍ଥା ତଦାରଖ କରିବା ସମୟରେ କିଛି ଜଳଖିଆ ଦୋକାନ ପାଖରେ ଅଳିଆ ଗଦା ସହ ପଲିଥିନ ବ୍ୟବହାର ହେଉଥିବାର ଦେଖି ଜିଲ୍ଲାପାଳ ସେମାନଙ୍କ ଠାରୁ ଜରିମାନ ଆଦାୟ କରିଛନ୍ତି । ଖାଲି ସେତି କି ନୁହେଁ ମଦ ଦୋକାନୀ ଠାରୁ ମଧ୍ୟ ମୋଟା ଆକାରର ଜରିମାନ ଆଦାୟ କରିଛନ୍ତି ଜିଲ୍ଲାପାଳ ।

ସୂଚନାନୁଯାୟୀ ଆଜି ସକାଳୁ ସହର ପରିକ୍ରମା କରି ସଫେଇ କାର୍ଯ୍ୟ ତଦାରଖ କରିଥିଲେ। ବିଏମସି ପରିସରରୁ ସକାଳୁ ସାଇକେଲରେ ବାହାରି ଗିରିମାର୍କେଟ, କର୍ପୋରେଶନ ରୋଡ୍, ଆସ୍କା ରୋଡ୍,ଗେଟ ବଜାରରୁ ଲୋଚାପଡା, ବୈକୁଣ୍ଠନଗର, ନୂଆ ବସଷ୍ଟାଣ୍ଡ, ଏମ୍କେସିଜି ରୋଡ, କମାପଲ୍ଲୀ, ଲାଞ୍ଜିପଲ୍ଲୀ ଅଞ୍ଚଳ ପରିକ୍ରମା କରିଛନ୍ତି । ସାଇକେଲରେ ବୁଲିବା ବେଳେ ଲାଞ୍ଜିପଲ୍ଲୀ ଅଞ୍ଚଳର ଏକ ଟିଫିନ୍ ସେଣ୍ଟର ଓ ଲୋଚାପଡା ରୋଡ ସ୍ଥିତ ଅନ୍ୟ ଏକ ଟିଫିନ୍ ଦୋକାନୀଙ୍କଠାରୁ ରାସ୍ତାରେ ଆବର୍ଜନା ପକାଇଥିବା କାରଣରୁ ୧୦ ହଜାର ଟଙ୍କା ଲେଖାଏ ଜରିମାନା ଆଦାୟ କରିଥିଲେ ।

ଏହାସହ କର୍ପୋରେସନ ରୋଡ ସଫେଇ କାର୍ଯ୍ୟ ଅନୁଧ୍ୟାନ ବେଳେ ରାସ୍ତା ପାର୍ଶ୍ୱରେ ଥିବା ଦେଶୀ ମଦଦୋକାନ ବାହାରେ ପ୍ଲାଷ୍ଟିକ ଆବର୍ଜନା ପକାଇଥିବା କାରଣରୁ ମାଲିକଙ୍କୁ ଜିଲ୍ଲାପାଳ ୧ ଲକ୍ଷ ଟଙ୍କାର ଜରିମାନା କରିଥିଲେ। ସେହିପରି ତହସିଲ ଅଫିସ ପାଖରେ ଏକ ଠେଲା ଦୋକାନୀ ପଲିଥିନ ବ୍ୟବହାର କରୁଥିବା କାରଣରୁ ୫ ହଜାର ଟଙ୍କାର ଜରିମାନା ଆଦାୟ କରାଯାଇଥିବା ବିଏମସି ଡେପୁଟି କମିଶନର ରୋମାଞ୍ଚଳ ଖମାରୀ ସୂଚନା ଦେଇଛନ୍ତି ।

ପଲିଥିନ ପଡିଥିବାରୁ ୧ଲକ୍ଷ ଟଙ୍କାର ଜରିମାନା | Ecency