ଭାରତର କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ଦେହାନ୍ତ

Words
69
Reading
1 min
Listen
Play
5y

ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ):ଦୁଃଖଦ ଖବର । ଚାଲିଗଲେ ମହାନ ବ୍ୟାଡମିଣ୍ଟନ ଖେଳାଳୀ ନନ୍ଦୁ ନାଟେକର । ଆଜି ସକାଳୁ ତାଙ୍କର ଦେହାନ୍ତ ହୋଇଛି । ଦୀର୍ଘ ଦିନ ହେବ ଅସୁସ୍ଥ ଥିଲେ ନନ୍ଦୁ । ବୟସାଧିକ ଯୋଗୁଁ ଆଜି ସେ ତାଙ୍କ ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି । ତାଙ୍କ ଏହି ବିୟୋଗରେ କ୍ରୀଡା କ୍ଷେତ୍ରରେ ଶୋକାକୂଳ ପରିବେଶ ସୃଷ୍ଟି ହୋଇଛି ।

୧୯୫୬ ମସିହାରେ ଅନ୍ତର୍ଜାତୀୟ ସ୍ତରରେ ପଦକ ଜିତିବାରେ ପ୍ରଥମ ଭାରତୀୟ ବ୍ୟାଡମିଣ୍ଟନ ଖେଳାଳୀ ଥିଲେ ନନ୍ଦୁ । ସେ ଶହେରୁ ଅଧିକ ଜାତୀୟ ଓ ଅନ୍ତର୍ଜାତୀୟ ପଦକ ନିଜ ନାଁରେ କରିଥିଲେ ।

ଭାରତର କିମ୍ବଦନ୍ତୀ ବ୍ୟାଡମିଣ୍ଟନ ଖେଳାଳି ନନ୍ଦୁ ନାଟେକରଙ୍କ ଦେହାନ୍ତ | Ecency