ଫିଲିପାଇନ୍ସରେ ବାୟୁସେନା ସି-୧୩୦ ବିମାନ ଦୁର୍ଘଟଣାଗ୍ରସ୍ତ

Words
79
Reading
1 min
Listen
Play
5y

ନୂଆଦିଲ୍ଲୀ (ଏଟିଆର ବ୍ୟୁରୋ): ଫିଲିପାଇନ୍ସରେ ଏକ ବଡ଼ ଧରଣର ବିମାନ ଦୁର୍ଘଟଣା ଘଟିଛି। ଏହି ବିମାନରେ ଅତି କମରେ ୮୫ ଜଣ ଯାତ୍ରୀ ଥିଲେ। ଦକ୍ଷିଣ ଫିଲିପାଇନ୍ସରେ ଅବତରଣ କରିବା ସମୟରେ ଏକ ସାମରିକ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଛି। ଜଳୁଥିବା ବିମାନର ଧ୍ୱଂସାବଶେଷରୁ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଏବେ ବି ଉଦ୍ଧାର କାର୍ୟ୍ୟ ଜାରି ରହିଛି।

ସି-୧୩୦ ବିମାନ ସୁଲୁ ପ୍ରଦେଶର ଜୋଲୋ ଦ୍ୱୀପରେ ଅବତରଣ କରିବାକୁ ଚେଷ୍ଟା କରୁଥିଲା । ଏହି ସମୟରେ ବିମାନଟି ଦୁର୍ଘଟଣାଗ୍ରସ୍ତ ହୋଇଥିଲା। ଫିଲିପାଇନ୍ସର ସାମରିକ ମୁଖ୍ୟ କହିଛନ୍ତି ଯେ ବିମାନର ଧ୍ୱଂସାବଶେଷରୁ ଅତି କମରେ ୪୦ ଜଣଙ୍କୁ ଉଦ୍ଧାର କରାଯାଇଛି। ଆହୁରୀ ଅଧିକ ଜୀବନ ବଞ୍ଚାଇବା ପାଇଁ ଆମେ ଚେଷ୍ଟା କରୁଛୁ ।

ଫିଲିପାଇନ୍ସରେ ବାୟୁସେନା ସି-୧୩୦ ବିମାନ ଦୁର୍ଘଟଣାଗ୍ରସ୍ତ | Ecency