ନିଆଁ ଆଁରେ ୨୫ ଦୋକାନ


ଭୁବନେଶ୍ୱର (ଏଟିଆର ବ୍ୟୁରୋ): ଫଳବଜାରରେ ଭୟାବହ ଅଗ୍ନିକାଣ୍ଡ । ଜଳି ପୋଡି ପାଉଁଶ ହୋଇଗଲା ୨୫ ଫଳ ଦୋକାନ । କଳ୍ପନା ଛକ ଓଭରବ୍ରିଜ୍ ନିକଟର ଭେଣ୍ଡିଂ ଜୋନ୍ ରେ ହୋଇଥିବା ଫଳ ବଜାରରେ ଏହି ଅଗ୍ନିକାଣ୍ଡ ଘଟିଛି ।

ଗତକାଲି ବିଳମ୍ବିତ ରାତିରେ ତାରିଣୀ ଭେଣ୍ଡିଂ ଜୋନ୍ ରେ ଅଚାନକ୍ ନିଆଁ ଲାଗିଯାଇଥିଲା । ନିଆଁ ଲାଗିଯାଇଥିବାର ଦେଖି ସ୍ଥାନୀୟ ଲୋକ ଅଗ୍ନିଶମ ବିଭାଗ ଟିମ୍ କୁ ଖବର ଦେଇଥିଲେ । ଏହାପରେ ଘଟଣାସ୍ଥଳରେ ଦମକଳ ବାହିନୀ ପହଁଚି ନିଆଁକୁ ଆୟତ୍ତ କରିଥିଲେ । ଏହି ଭୟାବହ ଅଗ୍ନିକାଣ୍ଡରେ ଲକ୍ଷାଧିକ ଟଙ୍କାର ଫଳ ସମେତ ଦୋକାନ ଜଳି ପୋଡି ଛାର୍ ଖାର୍ ହୋଇଯାଇଛି । ମାତ୍ର ଭେଣ୍ଡିଂ ଜୋନ୍ ରେ ଅଚାନକ୍ ନିଆଁ କିଭଳି ଲାଗିଲା ସେ ନେଇ କୌଣସି କାରଣ ସ୍ପଷ୍ଟ ହୋଇନାହିଁ ।

H2
H3
H4
3 columns
2 columns
1 column
Join the conversation now
Ecency